ସିଲିକନ ଭେଲି’ରେ ସମୃଦ୍ଧିର ସମୟ ଫେରି ଆସିଛି । 101 ରାଜ ରାସ୍ତା କଡରେ ଅଫିସ ପାର୍କ ଗୁଡିକ ଆଶା ଜନକ ଷ୍ଟାର୍ଟ ଆପ’ର ବିଶେଷ ସଂକେତ ସହିତ ପୁଣି ଥରେ ଶୋଭା ମଣ୍ଡନ କଲାଣି । ଭାଗ୍ୟ ଭରପୁର ହୋଇଥିବା ସଙ୍କେତ ଦେଉଥିବା ଲେକ ଟାଗୋ ଭଳି ରିସର୍ଟ ସହର ଗୁଡିକରେ ଅଳଙ୍କୃତ ଛୁଟି ଘର ପାଇଁ ଦାବି ଯୋଗୁଁ ଭଡା ବଢି ଚାଲିଛି । ସେମିକଣ୍ଡକ୍ଟର ଉଦ୍ୟୋଗ ଏବଂ କମ୍ପ୍ୟୁଟର ଓ ଇଣ୍ଟରନେଟ କମ୍ପାନୀର ଜନ୍ମସ୍ଥାନ ବେଇ ଅଞ୍ଚଳ ଆରମ୍ଭରୁ ବିକଶିତ ହୋଇଛି । ସ୍ପର୍ଶ-ସ୍କ୍ରିନ ଫୋନ ଠାରୁ ଆରମ୍ଭ କରି ବିରାଟ ଗ୍ରନ୍ଥାଗାରକୁ ତତକ୍ଷଣାତ ଖୋଜିବା କିମ୍ବା ହଜାର ହଜାର ମାଇଲ ଦୂରରେ କୌଣସି ଡ୍ରୋନକୁ ଚାଳନ କରିବାରେ ବିଶ୍ଵକୁ ଭବିଷ୍ୟତର ଅନୁଭବ ଦେବା ଆଦି ଅନେକ ଚମତ୍କାର ଏହାର ବୁଦ୍ଧିଜୀବୀ ମାନେ ପ୍ରଦାନ କରିଛନ୍ତି । 2010 ପର ଠାରୁ ଏହାର ବ୍ୟବସାୟିକ କାର୍ଯ୍ୟକଳାପର ପୁନରୁଦ୍ଧାର ଏହାର ପ୍ରଗତି ଆଗକୁ ଗଡି ଚାଲିବାର ଇଙ୍ଗିତ କରୁଛି ।
ତେଣୁ ଏହି ସ୍ଥାନ ନିଶ୍ଚଳ ରହିଛି ଏବଂ ଦଶନ୍ଧି ଦଶନ୍ଧି ଧରି ଅଭିନବତ୍ଵ ହାର କ୍ଷୀଣ ହୋଇଆସୁଛି ବୋଲି ସିଲିକନ ଉପତ୍ୟକାରେ କିଛି ଲୋକ ଭାବୁଥିବା ଏକ ଆଶ୍ଚର୍ଯ୍ୟକର କଥା ହୋଇପାରେ । ପେ ପଲ’ର ପ୍ରତିଷ୍ଠାତା ଏବଂ ଫେସବୁକର ପ୍ରଥମ ବାହ୍ୟ ନିବେଶକ, ପିଟର ଥିଅଲ କହନ୍ତି ଯେ ଆମେରିକାରେ ଅଭିନବତ୍ଵ “ଅତି କ୍ଷୀଣ ଏବଂ ମୃତ ଅବସ୍ଥା ମଝିରେ ରହିଛି” । ସମସ୍ତ ପ୍ରକାର କ୍ଷେତ୍ରର ଇଞ୍ଜିନିୟର ମାନେ ସମାନ ଧରଣର ନିରାଶା ଭାଗ କରିଥାନ୍ତି । ଏବଂ ଏକ ଛୋଟ କିନ୍ତୁ ବର୍ଦ୍ଧମାନ ଅର୍ଥନୀତିଜ୍ଞ ଦଳ ବିଶ୍ଵାସ କରନ୍ତି ଯେ ଅତୀତ ତୁଳନାରେ ଆଜିର ଅଭିନବତ୍ଵର ଆର୍ଥିକ ପ୍ରଭାବ କ୍ଷଣପ୍ରଭ ହୋଇପାରେ ।
[ … ]
ସମସ୍ତ କ୍ଷେତ୍ରରେ ଶସ୍ତା ପ୍ରକ୍ରିୟାକରଣ ଶକ୍ତି ଦ୍ଵାରା ଉଜାଗର କରାଯାଉଥିବା ଅଭିନବତ୍ଵ ବନ୍ଦ ହେବାରେ ଲାଗିଛି । କମ୍ପ୍ୟୁଟର ଗୁଡିକ ପ୍ରାକୃତିକ ଭାଷା ବୁଝିବାକୁ ଆରମ୍ଭ କଲେଣି । କେବଳ ଶାରୀରିକ ହଲଚଲ ମାଧ୍ୟମରେ ଲୋକେ ଭିଡିଓ ଖେଳ ନିୟନ୍ତ୍ରଣ କଲେଣି – ଏକ ଜ୍ଞାନକୌଶଳ ଯାହା ଅଧିକାଂଶ ବ୍ୟବସାୟିକ ଦୁନିଆରେ ଜଲଦି ପ୍ରୟୋଗ ହେବାକୁ ଯାଇପାରେ । ତ୍ରି-ମାତ୍ରିକ ମୁଦ୍ରଣ ବସ୍ତୁ ମାନଙ୍କର ଏକ ବର୍ଦ୍ଧିତ ଜଟିଳ ସରଣୀ ଅତି ଶୀଘ୍ର ଉତ୍ପନ୍ନ କରିବା ପାଇଁ ସକ୍ଷମ ହେଉଛି, ଏବଂ ଅତି ଶୀଘ୍ର ମାନବ କୋଷ ତନ୍ତୁ ଏବଂ ଅନ୍ୟାନ୍ୟ ଜୈବିକ ପଦାର୍ଥକୁ ସଞ୍ଚାଳିତ ହୋଇପାରେ ।
ଜଣେ ଅଭିନବ ନିରାଶାବାଦୀ ଏହାକୁ ଏକ “ଅପୂରଣୀୟ ପ୍ରତିଜ୍ଞା” ଭାବେ ଖାରଜ କରିପାରନ୍ତି । କିନ୍ତୁ ଜ୍ଞାନକୌଶଳ-ଚାଳିତ ବିକାଶ ଖସିବା ଏବଂ ପ୍ରବାହ ହେବା ବଦଳା ତୀବ୍ର ଗତିରେ ଜାରି ରହିବା ଦରକାର କିମ୍ବା ସ୍ଥିର ଭାବେ ପତନ ହେବାର ବିଚାରଧାରା ଇତିହାସରେ କ୍ଵଚିତ ଦେଖାଯାଏ । ଶିକାଗୋ ବିଶ୍ଵବିଦ୍ୟାଳୟର ଚେଦ ସାଇୱେର୍ସେନ ଦର୍ଶାଇଛନ୍ତି ଯେ ବିଦ୍ୟୁତକରଣ ଯୁଗରେ ଉତ୍ପାଦକତା ବୃଦ୍ଧି ଅନିୟମିତ ଥିଲା । ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ, ଗୁରୁତ୍ୱପୂର୍ଣ୍ଣ ବୈଦ୍ୟୁତିକ ଅଭିନବତ୍ଵର ଏକ ଅବଧିରେ ବୃଦ୍ଧି ଧିମା ଥିଲା; ତା’ପରେ ବଢି ଚାଲିଲା ।